Categories: ଜାତୀୟ

କରତାରପୁର କରିଡର ଉଦ୍‌ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର କରିଡର ଭେଟି ଦେଇଛନ୍ତି। କାରଣ ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଶା ପୂରଣ ହେବ। ତେବେ ଏହାର ଉଦ୍‌ଘାଟନ କରିବା ବେଳେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ମୋଦି। ଏହି ଉଦ୍‌ଘାଟନୀ ଉତ୍ସବରେ ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେତେଜଣ ଏମ୍‌ପି, ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

Share