କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ: ଆନନ୍ଦ ମିର୍ଜା

ଇସ୍‌ଲାମାବାଦ,୨୩।୧୧: କରତାରପୁର କରିଡର ଉଦ୍‌ଘାଟନକୁ ପାଖାପାଖି ମାସେ ହୋଇଗଲାଣି। ଏବେ ପିଓକେ କର୍ମୀ ଆନନ୍ଦ ମିର୍ଜା ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକସ୍ତାନ କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି। ତେବେ ପାକିସ୍ତାନ ନିକଟରେ ଆତଙ୍କବାଦୀ ବାତାବରଣ ସଷ୍ଟି କରିବାକୁ ଆଉ କିଛି ଏଜେଣ୍ଡା ନାହିଁ ବୋଲି ସେ କହିଛନ୍ତି। ସେଥିପାଇଁ ପାକିସ୍ତାନ ଚତୁରତାର ସହ ଭାରତ ପାଇଁ କରତାରପୁର କରିଡର ଖୋଲିଛି। ଆହୁରି ମଧ୍ୟ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ହତାସ ହୋଇଯାଇଛି। ସେଥିପାଇଁ ସେ ଭାରତରେ ଅଶାନ୍ତି ଓ ହିଂସା କରିବାକୁ କରତାରପୁର କରିଡର ଖୋଲିଛି ବୋଲି ମିର୍ଜା କହିଛନ୍ତି।

Share