କରତାରପୁର କରିଡର: ମୋଦିଙ୍କ ଉଦ୍‌ଘାଟନ ପୂର୍ବରୁ ସଭାସ୍ଥଳରେ ପଶିଲା ପାଣି

ଇସ୍‌ଲାମାବାଦ,୮।୧୧: କରତାରପୁର କରିଡର ଉଦ୍‌ଘାଟନକୁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ଏହା ପୂର୍ବରୁ ଏକ ବଡ ସମସ୍ୟା ମୁଣ୍ଡ ଟେକିଲାଣି। ଏଥିପାଇଁ ଉଦ୍ଦିଷ୍ଟ ପେଣ୍ଡାଲ୍‌ ଓ ସଭାସ୍ଥଳରେ ଏବେ ବର୍ଷା ପାଣି ପଶିଯାଇଥିବା ସୂଚନା ମିଳିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠି ପାସେଞ୍ଜର ଟର୍ମିନାଲର ଉଦ୍‌ଘାଟନ କରିଥାଆନ୍ତେ ସେଠାରେ ଏବେ ପାଣି ଜମା ହେବା ସହ ମଞ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଶନିବାର ଏଥିପାଇଁ ହେବାକୁ ଥିବା ରାଲିକୁ ନେଇ ଏବେ ଆଶଙ୍କା ଦେଖାଦେଇଛି। ସୂଚନାଯୋଗ୍ୟ, ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବକୁ ନେଇ ପାକିସ୍ତାନସ୍ଥିତ କରତାରପୁର ସାହିବ ଦର୍ଶନ କରିବା ଲାଗି ପ୍ରସ୍ତୁତ କରତାରପୁର କରିଡର ଶନିବାର ଖୋଲିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାକୁ ଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Share