Categories: ଜାତୀୟ

କରତାରପୁର କରିଡର ଯିବାକୁ ହେଲେ ସିଦ୍ଧୁଙ୍କୁ ନେବାକୁ ପଡିବ ଅନୁମତି: ରବିଶ କୁମାର

ନୂଆଦିଲ୍ଲୀ,୩୧।୧୦: କରତାରପୁର କରିଡର ଆସନ୍ତା ମାସରେ ଖୋଲା ଯିବାର ଯୋଜନା ରହିଛି। ଏହାକୁ ନେଇ ପାକିସ୍ତାନ ଯେଉଁ ନିୟମ ରଖିଛି ତାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଗୁରୁବାର କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି କରତାରପୁର କରିଡରକୁ ନେଇ ଏମ୍‌ଓୟୁ ସାଇନ୍‌ କରାଯାଇଥିଲା। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଓ୍ବେବ ସାଇଟ୍‌ ଲଞ୍ଚ କରିଥିଲା। ପ୍ରଥମ ଦିନ ଯେଉଁ ଯାତ୍ରୀ ଯିବେ ତା’ର ଏକ ତାଲିକା ପାକିସ୍ତାନକୁ ଦିଆଯାଇଛି। ଯାହାର ଉତ୍ତର ପାକିସ୍ତାନ ଦେବାକୁ ବାକି ଅଛି। ତେବେ କରତାରପୁର କରିଡରର ଉଦ୍‌ଘାଟନ ଅଲଗା ଅଲଗା ହେବ ଯାହା ଉପରେ ଏବେ ଆଲୋଚନା ଚାଲିଛି। ଏବେ ଯାହା ସ୍ଥିତି ଅଛି ତାକୁ ସବୁ ଭାରତୀୟ ମାନିବାକୁ ପଡିବ ବୋଲି ସେ କହିଛନ୍ତି। ଯିଏ କରତାରପୁର କରିଡର ଯାତ୍ରା କରୁଛନ୍ତି ସେମାନେ ୨ଟି ବିଷୟ ଉପରେ ଧ୍ୟାନ ଦେବା ଉଚିତ୍‌ କି ସେମାନେ ଆଉ ଏକ ଦେଶ ଯାତ୍ରା କରୁଛନ୍ତି, ଏଥିପାଇଁ ପଲଟିକାଲ କ୍ଲିୟରାନ୍ସ ଦରକାର। ଏଥିରୁ ସ୍ପଷ୍ଟ ହୋଇଛି କି ଏବେ ସିଦ୍ଧୁଙ୍କୁ କରତାରପୁର ଗସ୍ତ କରିବାକୁ ଅନୁମତି ନେବାକୁ ପଡିବ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରବିଶ କୁମାର କରିଛନ୍ତି। ସୂଚନାଯୋଗ୍ୟ, କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବାକୁ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ନିମନ୍ତ୍ରଣ ମିଳିଥିବା ବେଳେ ସେ ଏହାକୁ ଗ୍ରହଣ କରିଛନ୍ତି।

Share