Categories: ଜାତୀୟ

କରତାର୍‌ପୁର ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୪।୧୧: ପାକିସ୍ତାନରେ ଥିବା କରତାର୍‌ପୁର ଗୁରୁଦ୍ୱାରା ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର ରହିଛି। ପାକିସ୍ତାନର ସୀମାନ୍ତ ଜିଲା ନାରୋଓ୍ବାଲରେ କରତାର୍‌ପୁର ଗୁରୁଦ୍ୱାରା ରହିଛି। ତେବେ ଏହି ଜିଲାରେ ଥିବା ଆତଙ୍କବାଦୀ ତାଲିମ୍‌ ଶିବିରରେ ଖୋଲା ଖୋଲି ଭାବେ ସାମରିକ ଟ୍ରେନିଂ ଜାରି ରହିଛି। ଜିଲାର ମୁରିଦେକେ, ଶାକରଗଡ଼ ଏବଂ ନାରୋଓ୍ବାଲରେ ଆତଙ୍କବାଦୀ ତାଲିମ ଶିବିର ରହିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଏଠାକୁ ଭାରତୀୟ ତୀର୍ଥଯାତ୍ରୀ ଗଲେ କେତେ ଦୂର ସୁରକ୍ଷିତ ହୋଇପାରିବେ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

Share