କରତାର୍‌ପୁର ଭିଡ଼ିଓ ଜାରି କଲା ପାକିସ୍ତାନ: ୩ ଖଲିସ୍ତାନୀଙ୍କ ଫଟୋ

ଇସଲାମାବାଦ୍‌,୬।୧୧: ପାକିସ୍ତାନ ପକ୍ଷରୁ କରତାର୍‌ପୁର ସମ୍ପର୍କିତ ଏକ ଭିଡ଼ିଓ ଜାରି କରିଛି। ଏଥିରେ ୧୯୮୪ ଜୁନରେ ଅମୃତସରଠାରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନରେ ମୃତ୍ୟୁ ଘଟିଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ଫଟୋ ରହିଛି। ଭିଡ଼ିଓରେ ଜର୍ନାଇଲ୍‌ ସିଂ ଭିନ୍ଦରଓ୍ବାଲେ, ମେଜର ଜେନେରାଲ ଶାହବେଗ୍‌ ସିଂ ଏବଂ ଅମରିକ୍‌ ସିଂ ଖାଲ୍‌ସାଙ୍କ ଫଟୋ ରହିଛି। ଭିନ୍ଦରଓ୍ବାଲେ ଦାମ୍‌ଦାମି ଶିଖ୍‌ ସମ୍ପ୍ରଦାୟ ମୁଖ୍ୟ ଥିଲେ। ଶାହବେଗ୍‌ ଜଣେ ସେନା ଜେନେରାଲ ଥିଲେ। ସେ ଦୁର୍ନୀତି ଅଭିଯୋଗରେ କୋର୍ଟ ମାର୍ଶଲ ହୋଇଥିଲେ। ଏହାପରେ ସେ ୧୯୮୪ରେ ଖଲିସ୍ତାନ ମୁଭ୍‌ମେଣ୍ଟରେ ଯୋଗଦେଇଥିଲେ। ସେହିପରି ଖାଲ୍‌ସା ଜଣେ ଛାତ୍ର ନେତା ଥିଲେ। ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share