କରନଙ୍କୁ ଜୋକର ବୋଲି କୁହନ୍ତି ତାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ସେ ତାଙ୍କ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥିବାବେଳେ ତାଙ୍କ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ କରିଥାଆନ୍ତି। ନିକଟରେ ସେ ତାଙ୍କ ଅପକମିଂ ଫିଲ୍ମ ‘ଶେରଶାହା’ର ଫାଷ୍ଟଲୁକ୍‌ ରିଲିଜ୍‌ କରିଥିବା ବେଳେ ଫ୍ୟାନମାନଙ୍କ ସହ ଏକ ମଜାକଥା ଶେୟାର କରିଥିଲେ। କରନ କହିଥିଲେ, ତାଙ୍କ ପୁଅ ୟଶ ଜୋହର ତାଙ୍କୁ ‘କରନ ଜୋକର’ ବୋଲି କହୁଛନ୍ତି। ପୁଣିଥରେ ଟୁଇଟରରେ ସେ ଏହା ଶେୟାର କରିବା ସହ କରନ କହିଛନ୍ତି ତାଙ୍କ ପୁଅ ବୋଧହୁଏ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ସେଥିପାଇଁ ସେ ମୋତେ କରନ ଜୋହର ନ କହି କରନ ଜୋକର ବୋଲି କହୁଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଉଛି କରନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଉଟ୍‌ ଫିଟରେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଥାଆନ୍ତି। ଆଉ ଏହାକୁ ନେଇ ଅନେକ ସମୟରେ ସେ ଟ୍ରୋଲ୍‌ ମଧ୍ୟ ହୋଇଛନ୍ତି। ଏହି କଥାକୁ ନଜରରେ ରଖି କରନ କହିଛନ୍ତି ୟଶ ବୋଧହୁଏ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ପରେ ତାଙ୍କୁ ଜୋକର ବୋଲି କହିଛନ୍ତି।

Share