କରନ୍‌ଙ୍କ ଉପରେ ରାଗିଗଲେ କଙ୍ଗନାଙ୍କ ଭଉଣୀ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଉଥିବା ଅଭିନେତାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ କରନ୍‌ ଏବଂ କଙ୍ଗନା ଅଛନ୍ତି। ଏହାକୁ ନେଇ ପଚରାଯିବାରେ କରନ୍‌ କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଥିଲେ। ହେଲେ ଏହା ଶୁଣିବା ପରେ କଙ୍ଗନାଙ୍କ ଭଉଣୀ ରାଗି ଯାଇଛନ୍ତି। ରଙ୍ଗୋଲୀ ନିଜ ଟୁଇଟର ପୃଷ୍ଠାରେ ଏକାଧିକ ଟୁଇଟ୍‌ କରି କରନ୍‌ଙ୍କୁ ଭର୍ତ୍ସନା କରିଛନ୍ତି।
ଯଦି କେବେ ଭଲ ସ୍କ୍ରିପ୍ଟ ମିଳେ ଏବଂ ସେଥିରେ କଙ୍ଗନାଙ୍କୁ ଅଭିନୟ କରିବା ଆବଶ୍ୟକ ବୋଲି ବୁଝାପଡ଼େ ତେବେ ତାଙ୍କୁ ନିଶ୍ଚିତ ଫୋନ କରିବେ ବୋଲି କରନ୍‌ କହିଥିଲେ। ଏହାର ଜବାବ ଦେଇଛନ୍ତି ରଙ୍ଗୋଲୀ। ସେ କହିଛନ୍ତି, ଏକଦା କଙ୍ଗନା କରନ୍‌ଙ୍କ ଚଳଚ୍ଚିତ୍ର ‘ଏ ଦିଲ ହେ ମୁସ୍କିଲ’ ଦେଖିଥିଲେ। ଫିଲ୍ମକୁ ଦେଖି ସେ ରାଗି ଯାଇଥିଲେ। ଯଦି ଏଭଳି ସ୍କ୍ରିପ୍ଟ ସେ କଙ୍ଗନାଙ୍କୁ କରିବା ପାଇଁ କୁହନ୍ତି, ତାଙ୍କୁ ଭଗବାନ ବି ରକ୍ଷା କରିପାରିବେ ନାହିଁ। ଏଣୁ କଙ୍ଗନାଙ୍କଠାରୁ ଦୂରେଇ ରୁହନ୍ତୁ, ସମସ୍ତଙ୍କ ପାଇଁ ସେଇଟା ଭଲ ବୋଲି ରଙ୍ଗୋଲୀ କହିଛନ୍ତି।

Share