କରନ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଚାହାନ୍ତି ସଞ୍ଜୟଙ୍କ ଝିଅ

ମୁମ୍ବାଇ: ଗତବର୍ଷ କେତେଜଣ ଷ୍ଟାର କିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ବଲିଉଡ୍‌ ନାୟକ ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ଏବେ ଏହି ସୁଯୋଗକୁ ଅପେକ୍ଷା ରଖିଛନ୍ତି। ହେଲେ ସେ ଟିକେ ଚୁଜି ବୋଲି ଜଣାପଡିଛି। କାରଣ ସେ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଚାହୁଁଛନ୍ତି। ଆଉ ଯଦି ଏମିତି ହେଲା ତେବେ ଖୁସିରେ ତାଙ୍କ ଆଖିରୁ ଲୁହ ଆସିଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଜାହ୍ନବୀ କପୁର, ଆଲିଆ ଭଟ୍ଟ ଓ ବରୁଣ ଧଓ୍ବନ ଆଦି କରନ ଜୋହରଙ୍କ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରି ସଫଳତା ପାଇଥିବାରୁ ଶନାୟା ମଧ୍ୟ ଏହାକୁ ଅପେକ୍ଷା ରଖିଛନ୍ତି। ନାୟିକା ହେବାକୁ ଇଚ୍ଛା ରଖିଥିବା ଶନାୟା କିନ୍ତୁ ପ୍ରଥମରୁ ସହ ନିର୍ଦ୍ଦେଶିକା ହେବେ ବୋଲି କହୁଥିଲେ।

Share