କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା କରନଙ୍କର ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏଥିରେ କରନଙ୍କ ଅପୋଜିଟରେ ଅଛନ୍ତି ସହର ବାମ୍ବା। ଉଭୟଙ୍କର ଏହା ଡେବ୍ୟୁ ଫିଲ୍ମ। ପୂର୍ବରୁ ଏହାର କିଛି ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଏବେ ଏହାର ଟିଜର ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି କି କରନଙ୍କ ଅଭିନୟରେ ନିଶ୍ଚିତ ଭାବେ କିଛି ଯାଦୁ ଅଛି ଯାହା ଦର୍ଶକଙ୍କୁ ଭିଡି ଧରିବ। ସନ୍ନିଙ୍କ ପରେ ଏବେ ଦର୍ଶକଙ୍କର ଖୁବ୍‌ ଆଶା ଅଛି କରନଙ୍କ ଉପରେ। ସେ ନିଜ ପିତାଙ୍କ ଭଳି ଦର୍ଶକଙ୍କୁ ମନୋରଞ୍ଜନ ଦେବେ ବୋଲି ଆଶା କରାଯାଉଛି। ତେବେ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ଆସନ୍ତା ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବା ପରେ ଏହା ଜଣାପଡିବ।

Share