Categories: ଜାତୀୟ

କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଲେ ସ୍ବାମୀ

ପାଟନା,୧୮।୧୦:ବିହାରର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଇଛନ୍ତି ସ୍ବାମୀ। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁଜାଫରପୁରର ସକରା ଥାନା ଅନ୍ତର୍ଗତ ସରୈୟା ଗ୍ରାମରେ ଦୁଇ ସଉତୁଣୀ ଝଗଡା ଲାଗିବାରୁ ସ୍ବାମୀ ଦ୍ୱିତୀୟ ସ୍ତ୍ରୀଙ୍କ ଜିଭ କାଟିଦେଇଥିଲେ। ୨୨ ବର୍ଷୀୟ ପୀଡିତା ମୀନା ଖାତୁନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡିତାଙ୍କ ବାପଘର ଲୋକେ ତାଙ୍କ ସ୍ବାମୀ ଏବଂ ପ୍ରଥମ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି।

Share