Advertisement

କରାଚି ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ,୪।୯: ଜମ୍ମୁ-କଶ୍ମୀରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇପଡ଼ି କ’ଣ କରିବ ଆଉ କ’ଣ ନ କରିବ ସେନେଇ କିଛି ବୁଝିପାରୁନି। ନିକଟରେ ପାକିସ୍ତାନ ସମୁଦ୍ର ପଥରେ ତା’ର ଶକ୍ତି ପଦର୍ଶନ କରୁଥିବା ଦେଖାଯାଇଛି। ଭାରତରୁ ୧୫୦ କିଲୋମିଟର ଦୂରରେ ପାକିସ୍ତାନ ନୌସେନା ବୁଧବାର ବଡ଼ ଏକ୍ସରସାଇଜ୍‌ କରିଛି। ଏହି ଅଞ୍ଚଳରେ ଜାହାଜମାନଙ୍କ ପାଇଁ ପାକିସ୍ତାନ ଚେତାବନୀ ଜାରି କରିଥିବା ବେଳେ ନୌସେନାର ଏକ୍ସରସାଇଜ୍‌ ପାଇଁ କରାଚିର ଆଖପାଖ ଆକାଶମାର୍ଗକୁ ବନ୍ଦ କରିଦିଆଯାଇଛି। ଏଥିସହ ପାକିସ୍ତାନର ନୌସେନା ସୋନମିୟାନି ବିମାନ ଟେଷ୍ଟ ରେଞ୍ଜ ଉପରେ ମଧ୍ୟ ଆକାଶମାର୍ଗକୁ ବନ୍ଦ କରିଦିଆଯାଇଛି। ଏହା ସେହି ରେଞ୍ଜ ଯେଉଁଠାରେ କିଛି ଦିନ ତଳେ ପାକିସ୍ତାନ ଗଜନଭୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share