Advertisement

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଛି। ତେବେ ଜେଲ ମଧ୍ୟରେ ଯେଉଁ କ୍ୱାରାଣ୍ଟାଇନ ସୁବିଧା କରାଯାଇଛି ସେଥିରେ ମାତ୍ର ୪୦୦ ଜଣ ରହିବାର ସୁବିଧା ରହିଛି। ଏପଟେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏମାନଙ୍କୁ ଏବେ ଏକ୍ସପୋ ସେଣ୍ଟରରେ ଥିବା ଆଇସୋଲେଶନ ସେଣ୍ଟରକୁ ପଠାଇଦିଆଯିବାକୁ ଯୋଜନା କରାଯାଉଥିବା ଜଣାପଡିଛି। ଏ ନେଇ ପାକିସ୍ତାନର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ କଥାବାର୍ତ୍ତା ଚାଲିଛି। ସୂଚନାଯୋଗ୍ୟ, ଜେଲ ମଧ୍ୟରେ ଦିନକୁ ପାଖାପାଖି ୧୦୦୦ ସ୍କ୍ରିନିଂ କରାଯାଉଛି। ଆଉ ଏବେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୦ ଜେଲ କର୍ମଚାରୀ ଓ ଜଣେ ପୋଲିସ ଅଧିକାରୀ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share