କରାଚି ନେତା ଗାଇଲେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’

କରାଚି,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯେଉଁଠି ପାକିସ୍ତାନ ଭାରତକୁ ନିନ୍ଦା କରିବା ସହ ବହୁ ଭାରତ ବିରୋଧୀ କଥା କହି ଚାଲିଛି। ସେତେବେଳେ ଜଣେ ପାକିସ୍ତାନୀ ନେତା ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’ ଗାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ହେଉଛନ୍ତି ପାକିସ୍ତାନର ମୁତାହିଦା କ୍ୱାମି ମୁଭମେଣ୍ଟ(ଏମ୍‌କ୍ୟୁଏମ୍‌)ର ପ୍ରତିଷ୍ଠାତା ଅଲତାଫ ହୁସେନ୍‌। ଏବେ ସେ ନିର୍ବାସିତ ଭାବେ ଲଣ୍ଡନରେ ବସବାସ କରୁଛନ୍ତି। ତେବେ ବଡ ଆନନ୍ଦର ସହ ସେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’ଗାଇବାର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଯାହା ଭାରତ ପାକିସ୍ତାନ ସମ୍ପର୍କରେ ଘିଅ ଢାଳିଛି ବୋଲି କୁହାଯାଉଛି। ଅଲତାଫ ଆହୁରି ମଧ୍ୟ ପୂର୍ବରୁ କଶ୍ମୀରବାସୀଙ୍କୁ କହିଛନ୍ତି, ପାକିସ୍ତାନ ସେନା ଓ ପାକିସ୍ତାନ ସରକାର ଉପରେ କେବେ ବି ବିଶ୍ୱାସ କରିବା ଠିକ୍‌ ନୁହେଁ। କାରଣ ଏମାନେ ଦୀର୍ଘ ୭୨ ବର୍ଷ ହେବ ଭାରତ ସହ ବିଶ୍ୱାସଘାତକତା କରି ଆସୁଛନ୍ତି। ଆଗକୁ ମଧ୍ୟ ଏହାର ଯୋଜନା କରାଯାଉଛି। ତେଣୁ ଏମାନଙ୍କୁ ବିଶ୍ୱାସ କରିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ତେଣୁ ଏବେ ଅଲତାଫ କହିଛନ୍ତି ସାରା ବିଶ୍ୱରେ ହିନ୍ଦୁସ୍ତାନ ବା ଭାରତ ହେଉଛି ସବୁଠାରୁ ଭଲ।

Share