Advertisement

କରାଚୀ ଉପର ଦେଇ ଆକାଶ ମାର୍ଗକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୨୮।୮: ପାକିସ୍ତାନ କରାଚୀ ଉପରେ ଦେଇ ୩ଟି ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଉଡ଼ାଣ ବନ୍ଦ କରିଛି। ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ବୁଧବାର ଜଣାପଡ଼ିଛି। ସାମୟିକ ଭାବେ ଏସବୁ ଆକାଶ ମାର୍ଗକୁ ବନ୍ଦ କରାଯାଇଥିବା କୁହାଯାଇଛି। ଏହାପୂର୍ବରୁ ପାକିସ୍ତାନ ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ ଭାରତ ସହ ପାକିସ୍ତାନ ଆକାଶମାର୍ଗ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଓ୍ବାଦ୍‌ଙ୍କ ମନ୍ତବ୍ୟ ପରେ ପାକିସ୍ତାନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share