କରାଟରେ ସୋମନାଥଙ୍କୁ ସ୍ବର୍ଣ୍ଣ

ଭଞ୍ଜନଗର,୧୯।୯(ଡି.ଏନ.ଏ.)- କଟକ ଜବହାରଲାଲ ନେହେରୁ ଇନ୍‌ଡ଼ୋର ଷ୍ଟାଡ଼ିୟମରେ ଗତ ୧୪ ଓ ୧୫ ତାରିଖ ୨ଦିନ ଧରି ୭ମ ସର୍ବଭାରତୀୟ (ଟିଏସ୍‌କେଏଫ୍‌ଆଇ) କରାଟେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗରର ସୋମନାଥ ସେଠୀ କାଟା ଓ କୁମୁତେରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ବିଗତ କିଛିବର୍ଷ ହେବ ସୋମନାଥ କରାଟେ ଅଭ୍ୟାସ କରିବା ସହ ଭୁବନେଶ୍ୱରରେ ତାଲିମ ନେଇଥିଲେ। ଏହାପରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ସୋମନାଥ ବର୍ତ୍ତମାନ ଭଞ୍ଜନଗର ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ କରାଟେ ଶିକ୍ଷାଦାନ କରୁଛନ୍ତି।