କରିନାଙ୍କ ଫ୍ୟାଶନ ଟିପ୍ସ

କରିନା ଏବେ ଫ୍ୟାଶନ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ନିଜର ବଲିଉଡ୍‌ କ୍ୟାରିୟରରେ ସେ ଫ୍ୟାଶନ ବିଷୟରେ ଯେତିକି ଜ୍ଞାନ ଅର୍ଜନ କରିଛନ୍ତି ତାକୁ ସେ ନିଜ ସାଙ୍ଗମାନଙ୍କ ସହ ଶେୟାର କରୁଛନ୍ତି। ତାଙ୍କୁ କୁଆଡେ ଦେଶୀ ଫ୍ୟାଶନ ବେଶି ଭଲ ଲାଗେ। ‘ଭିରେ ଦି ଓ୍ବେଡିଙ୍ଗ୍‌’ରେ ସେ ଏକ ଗ୍ରେ କଲର୍‌ ଲେହେଙ୍ଗା ପିନ୍ଧିବା ସହ ଧଳା ଦୁପ୍ପଟ୍ଟା ପକାଇଥିଲେ। କିନ୍ତୁ ଶଟ୍‌ ଦେବା ପୂର୍ବରୁ ସେ ଆଦୌ ମେକ୍‌ଅପ ନେଇ ନ ଥିଲେ କି କୌଣସି ଜୁଏଲାରୀ ପିନ୍ଧି ନ ଥିଲେ। ‘ସେତେବେଳେ କେବଳ ଲେହେଙ୍ଗା ଗେଟ୍‌ଅପ ମୋତେ ଆହୁରି ଫ୍ୟାଶନେବୁଲ କରିଥିଲା। ତେଣୁ ମୁଁ କୌଣସି ମେକ୍‌ଅପ ନେବାକୁ କିମ୍ବା ଜୁଏଲାରୀ ପିନ୍ଧିବାକୁ ପସନ୍ଦ କରି ନ ଥିଲି। ବିଶେଷକରି ମୋତେ ଦେଶୀ ଗେଟ୍‌ଅପରେ ରହିବାକୁ ଭଲ ଲାଗେ ବୋଲି କହନ୍ତି କରିନା।’

Share