କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏହା ବେଶୀଦିନ ଚାଲି ନ ଥିଲା। ଏବେ କିନ୍ତୁ ଆଦର ଜୈନଙ୍କ ସହ ତାରାଙ୍କ ଯୋଡ଼ି ଜମିବ ବୋଲି ଆଲୋଚନା ହେଲାଣି।

ଏଭଳି ଆଲୋଚନା ପଛରେ କାରଣ ମଧ୍ୟ ରହିଛି। ନିକଟରେ କରିନା କପୁରଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହ ହୋଇଛି। ଏଥିରେ ବଲିଉଡ୍‌ର ଅନେକ ବିଶିଷ୍ଟ କଳାକାର ସାମିଲ ହୋଇଥିଲେ। ସେଥିମଧ୍ୟରେ ତାରା ମଧ୍ୟ ଥିଲେ। ହାଲୁକା ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧି ତାରା ପହଞ୍ଚିଥିଲେ। ଏହି ଉପଲକ୍ଷେ ସେ ବରବଧୂଙ୍କ ପାଇଁ ଏକ ସ୍ପେଶାଲ ସରପ୍ରାଇଜ୍‌ ରଖିଥିଲେ।

ଷ୍ଟେଜ୍‌ ଉପରେ ଗୀତ ଗାଇଥିଲେ ତାରା, ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା। ବିଶେଷକରି ଅରମାନଙ୍କ ମା’ ରୀମା ତାଙ୍କୁ କୁଣ୍ଢାଇ ପକାଇଥିଲେ। ଏପରିକି ତାଙ୍କୁ ବୋହୂ କରିବାକୁ କହି ପକାଇଥିଲେ। ସାନପୁଅ ଆଦରଙ୍କ ସହ ତାରା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ରୀମା କହିଥିଲେ।
ଯଦି ଆପଣ ଭାବୁଛନ୍ତି ଆଦରଙ୍କ ସହ ପ୍ରଥମ ଥର ପାଇଁ ତାରାଙ୍କ ନାମ ଯୋଡ଼ାଯାଉଛି, ତେବେ ଭୁଲ ଭାବୁଛନ୍ତି। ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।

Share