କରିନାଙ୍କ ଶୋ’ରେ କାର୍ତ୍ତିକ କହିଲେ ମନ କଥା

ବମ୍ବେ: ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦେବା ପରେ ବି-ଟାଉନର ମୋଷ୍ଟ ଓ୍ବାଣ୍ଟେଡ୍‌ ହିରୋ ପାଲଟିଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। ଅନେକ ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ା ମଧ୍ୟ ଯାଉଛି। ପ୍ରଥମେ ସାରା ଅଲ୍ଲୀ ଖାଁଙ୍କୁ ସେ ଡେଟ୍‌ କରୁଥିବା ଖବର ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଅନନ୍ୟା ପାଣ୍ଡେଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। ଏସବୁ ଭିତରେ ନିଜର ମନ କଥା କହିଛନ୍ତି କାର୍ତ୍ତିକ। କରିନା କପୁରଙ୍କ ରେଡ଼ିଓ ଶୋ’ରେ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଛନ୍ତି।

ଶୋ’ରେ କାହାକୁ ଡେଟ୍‌ କରୁଛ ବୋଲି କରିନା କାର୍ତ୍ତିକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କାର୍ତ୍ତିକ ସେ ବିଷୟରେ ଜାଣି ନ ଥିବା କହିଛନ୍ତି। ମୁଁ ସମସ୍ତଙ୍କ ଭଳି କଫି ପିଇବା ଲାଗି ଯାଇଥାଏ। ହେଲେ ଏହାକୁ ଭିନ୍ନ ରୂପ ଦିଆଯାଉଛି। ବେଳେ ବେଳେ ମା’ଙ୍କ ଏଭଳି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ହେଲେ ଏସବୁ କ’ଣ ପାଇଁ କରାଯାଉଛି ତାହା ସେ ଜାଣିନାହାନ୍ତି ବୋଲି କରିନାଙ୍କୁ କହିଛନ୍ତି।
ନିକଟରେ କାର୍ତ୍ତିକଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡ୍‌ନେକର। ଏହାର ନିର୍ଦ୍ଦେଶନା ଦେଇଥିଲେ ମୁଦତ୍ସର ଅଜିଜ। ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ କାର୍ତ୍ତିକ କରନ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ନାୟିକା ସାଜିଛନ୍ତି ଜାହ୍ନବୀ କପୁର।

Share