କରିସ୍ମା କହିଲେ, ପିଲାଦିନେ ଏମିତି ଥିଲେ କରୀନା

ସେଲିବ୍ରିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଚାରପତି ଭାବେ କରୀନା କପୁର, ବାସ୍କୋ ଏବଂ ରଫ୍‌ତାର ଉପସ୍ଥିତ ଥିଲେ। କିନ୍ତୁ ଏହି ସପ୍ତାହରେ କରୀନାଙ୍କ ସ୍ଥାନରେ ତାଙ୍କ ବଡ଼ ଭଉଣୀ କରିସ୍ମା କପୁର ବିଚାରପତି ଭୂମିକା ତୁଲାଇଥିଲେ। ଏହି ଶୋ’ର ଶୁଟିଂ ସମୟରେ କରିସ୍ମା ଭଉଣୀ କରୀନାଙ୍କ ବିଷୟରେ କିଛି କଥା କହିଛନ୍ତି ଯାହା ଆଗରୁ କେବେ ଶୁଣି ନ ଥିବେ। କରିସ୍ମା କହିଛନ୍ତି, ପିଲାଦିନେ ମୁଁ ବହୁତ ଧୀରସ୍ଥିର ଶାନ୍ତ ସ୍ବଭାବର ଥିଲି। କିନ୍ତୁ କରୀନା ଯାହାକୁ କୁହନ୍ତି ଫଟକା ମାନେ ପୂରା ରାଗି ଥିଲା। ମୁଁ ଯେତିକି ସାଦାସିଧା ଥିଲି କରୀନା ତା’ର ସମ୍ପୂର୍ଣ୍ଣ ଓଲଟା ଥିଲା। ବହୁତ ଦୁଷ୍ଟ ଥିଲା ସେ। ୧୦ ବର୍ଷର ପ୍ରତିଯୋଗୀ ରିତିକା କରିସ୍ମାଙ୍କୁ ଶୋ’ରେ ଯେତେବେଳେ ଏହି ପ୍ରଶ୍ନ ପଚାରିଥିଲେ କରିସ୍ମା ଏପରି ଉତ୍ତର ରଖିଥିଲେ। ରିତିକାଙ୍କ ପରଫରମାନ୍ସ କରିସ୍ମାଙ୍କୁ ଖୁବ୍‌ ଭଲ ଲାଗିଥିଲା। ଷ୍ଟେଜ୍‌ ଉପରେ ସେ ରିତିକାଙ୍କ ସହିଦ ପାଦ ମିଳାଇ ଡ୍ୟାନ୍ସ ମଧ୍ୟ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ରିତିକା କରିସ୍ମାଙ୍କ ହୃଦୟ ଜିଣି ନେଇଥିଲେ।

Share