କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୁଅ ତୈମୁର ଅଲ୍ଲୀ ଖାନ୍‌ ଡେବ୍ୟୁ କରିଛନ୍ତି। କରୀନା ଇନ୍‌ଷ୍ଟାରେ ଡେବ୍ୟୁ କରିବାର ଗୋଟିଏ ଦିନ ପରେ ପୁଅର ଏକ ସୁଇଟ୍‌ କଳା-ଧଳା ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି। ଫଟୋଟିକୁ ଶେୟାର କରି କରୀନା ଲେଖିଛନ୍ତି, କେବଳ ଏହି ଜଣେ, ଯିଏକି ଫଟୋରେ ମୋର ଫ୍ରେମ୍‌ ଚୋରି କରିପାରିବ।

Share