କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍‌ଦାନ୍‌ର ସମ୍ପତ୍ତି

ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍‌ରେ ବେଶ୍‌ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍‌ ଅଲ୍ଲୀ ଖାନ୍‌, ସୋହା ଅଲ୍ଲୀ ଖାନ୍‌, କରୀନା କପୁର ଏବଂ ସାରା ଅଲ୍ଲୀ ଖାନ୍‌। ଏହି ସମସ୍ତ କଳାକାର ନିଜର ସୁନ୍ଦର ଅଭିନୟ ଦ୍ୱାରା ବଲିଉଡ୍‌ରେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ହେଲେ ପଟୌଦୀ ପରିବାରରେ ଏପରି ଜଣେ ସଦସ୍ୟ ରହିଛନ୍ତି ଯାହାଙ୍କର ବଲିଉଡ୍‌ ସହ କୌଣସି ସମ୍ପର୍କ ନାହିଁ। ସେ ହେଲେ ସୈଫ୍‌ଙ୍କ ଭଉଣୀ ତଥା କରୀନାଙ୍କ ସଣଦ ସବା ଅଲ୍ଲୀ ଖାନ୍‌। ସବା ସୈଫ୍‌ଙ୍କ ଠାରୁ ସାନ ହୋଇଥିବା ବେଳେ ସୋହାଙ୍କ ବଡ଼ ଭଉଣୀ। ସବା ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରେଇ ରହିଥାନ୍ତି। ତେଣୁ ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି। ପାରିବାରିକ ଉତ୍ସବ ବ୍ୟତିତ ତାଙ୍କୁ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଅଭିନୟ ଠାରୁ ଦୂରରେ ଥିବା ସବା ପେସାରେ ସବା ଜଣେ ଜୁଏଲାରି ଡିଜାଇନର। ୪୨ ବର୍ଷିୟା ସବା ଅବିବାହିତା। ବ୍ୟବସାୟ ବ୍ୟତୀତ ସେ କୋଟି କୋଟି ସମ୍ପତ୍ତିର ଦେଖାଶୁଣା କରୁଛନ୍ତି। ଔକାଫ-ଏ-ଶାହି ନାମକ ଏକ ସଂସ୍ଥା ଏହି ସମ୍ପତ୍ତିର ଦେଖାଶୁଣା କରୁଥିବା ବେଳେ ସବା ହେଉଛନ୍ତି ଏହି ସଂସ୍ଥାର ମୁଖ୍ୟ। ତେଶୁ ସବା ସମସ୍ତ ସମ୍ପତ୍ତିର ହିସାବ ରଖିଥାନ୍ତି। କାର୍ଯ୍ୟବ୍ୟସ୍ତତାରୁ ସମୟ ବାହାର କରିପାରୁ ନ ଥିବା ସବା ଭଉଣୀ-ଭାଇଙ୍କ ପରି ଚର୍ଚ୍ଚାରେ ନାହାନ୍ତି।

Share