କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌ ବା ଫିଟ୍‌ନେସ୍‌ର ରାଜ୍‌…

– କରୀନା କେଶର ସହିତ ଭିଜା ହୋଇଥିବା କଳା କିସ୍‌ମିସ୍‌ରୁ ତାଙ୍କର ଦିନଚର୍ଯ୍ୟା ଆରମ୍ଭ କରନ୍ତି।

– ଏହା ପରେ ପରଟା ସହିତ ଚଟଣି ଖାଇଥାନ୍ତି। ତା’ ପରେ ପଇଡ଼ ପାଣି ପିଇଥାନ୍ତି।

– ଲଞ୍ଚ୍‌ରେ କରୀନା ଦହି ଭାତ ଏବଂ ପାମ୍ପଡ଼ ଖାଇଥାନ୍ତି। ଖାଇବାର କିଛି ସମୟ ପରେ ଅଖରୋଟ୍‌ ଏବଂ ଛେନା ଖାଇଥାନ୍ତି।

– ସନ୍ଧ୍ୟାରେ କଦଳୀ ଜୁସ୍‌ ପିଇଥାନ୍ତି।

– ରାତିରେ ଖାଇବା ପୂର୍ବରୁ ଗୋଟିଏ ଗ୍ଲାସ କ୍ଷୀର ପିଇଥାନ୍ତି। ପରେ ଖେଚୁଡ଼ି ଖାଇଥାନ୍ତି।

– କରୀନା ପ୍ରତିଦିନ ୪-୫ ଘଣ୍ଟା ଜିମ୍‌ ଯାଇ ଏକ୍ସସରସାଇଜ୍‌ କରିଥାନ୍ତି।

Share