Categories: ଜାତୀୟ

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା ଓ ତାଙ୍କ ପୁଅ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାଯୋଗ୍ୟ, ୫ଥର ମୁଖ୍ୟମନ୍ତ୍ରୀ ଓ ପାଖାପାଖି ୫୦ ବର୍ଷଧରି ଡିଏମ୍‌କେର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ କରୁଣାନିଧି। ବାର୍ଦ୍ଧବ୍ୟ ଜନିତ ରୋଗ ଓ ଇନ୍‌ଫେକସନ୍‌ ଯୋଗୁ ଗତବର୍ଷ ଅଗଷ୍ଟ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଡିଏମ୍‌କେ ନେତୃତ୍ୱ ନେଇଥିଲେ ପୁଅ ଏମ୍‌କେ ଷ୍ଟାଲିନ୍‌।

Share