କରେଣ୍ଟ ଲାଗି ବସ୍‌ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋଳନ୍ଥରା ବସ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ୨୨ ଜଣ ଆହତ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ସୋମବାର ଦାୟିତ୍ୱରେ ଅବହେଳା ପାଇଁ ୪ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ, ସରକାର ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ, ସହକାରୀ ଯନ୍ତ୍ରୀ ଏଥିରେ ସାମିଲ ଅଛନ୍ତି। ଏହାସହ ବିପଦସଙ୍କୁଳ ଅବସ୍ଥାରେ ଥିବା ୧୧ କେଭି ବିଦ୍ୟୁତ ତାରଗୁଡିକୁ ରାସ୍ତାଠାରୁ ୨୦ ଫୁଟ ଉଚ୍ଚରେ ଟଣାଯିବ ବୋଲି ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ସଚିବ ଏଥିରେ ସାମିଲ ହୋଇଥିଲେ। କେଉଁ ପରିସ୍ଥିତିରେ ଏବଂ କାହିଁକି ଦୁର୍ଘଟଣା ଘଟିଲା ସେନେଇ ବୈଠକରେ ଆଲୋଚନା କରାଯାଇଥିଲା।

Share