ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ କରୋନା ପୃଥିବୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ। ଏହାକୁ ହୁଏତ କେତେକ ହେୟଜ୍ଞାନ କରୁଥିବେ, ମାତ୍ର ଏହା ସତ କଥା। ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ଡବ୍ଲ୍ୟୁଏଚ୍ଓ ମହାସଚିବ ଆଧାନୋମ୍ ଘେବେୟିସସ୍ ସୂଚନା ଦେଇଛନ୍ତି। ଆମେରିକା ଭଳି ବିକଶିତ ଦେଶରେ କରୋନା ରଚିଥିବା ତାଣ୍ଡବରୁ ଏହା ସହଜରେ ଅନୁମାନ କରାଯାଉଛି। କରୋନ ସମ୍ପର୍କିତ ସୂଚନା ଦେବାରେ ଡବ୍ଲ୍ୟୁଏଚ୍ଓ ସ୍ବଚ୍ଛତା ଅବଲମ୍ବନ କରୁଥିବା ସେ କହିଛନ୍ତି। ପୃଥିବୀର ସମସ୍ତ ଦେଶର ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଇବା ଡବ୍ଲ୍ୟୁଏଚ୍ଓର ମୁଖ୍ୟ ଉଦ୍ଦେଶ୍ୟ। କରୋନା ସଂକ୍ରମଣର ପ୍ରଥମ ଦିନରୁ ଡବ୍ଲ୍ୟୁଏଚ୍ଓ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ଏହି ମହାମାରୀ ମାନବ ସମାଜର ବହୁ କ୍ଷତି କରିବ ବୋଲି ସୂଚିତ କରାଯାଇଥିବା
ଆଧାନୋମ୍ କହିଛନ୍ତି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍