କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଦୁଇ ସପ୍ତାହ ହେବ ସେ ଆଇସୋଲେଶନ ଓ୍ବାର୍ଡରେ ରହିଆସୁଥିଲେ। ବୟସାଧିକ ସତ୍ତ୍ୱେ ନିଜର ଦମ୍ଭ ଓ ଦୃଢ଼ ମନୋବଳ ଯୋଗୁ ସେ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଉକ୍ତ ମହିଳାଙ୍କ ଆତ୍ମବିଶ୍ୱାସ ଓ ଚିକିତ୍ସା ବିଜ୍ଞାନ ପ୍ରତି ଆସ୍ଥା ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। ନେଗେଟିଭ୍‌ ବାହାରିବା ପରେ ସେ ଏବେ ଘରକୁ ଫେରିଥିବା ଜଣାପଡ଼ିଛି।

Share