କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର କରି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଘୋଷଣା କରିଥିବା ବେଳେ କଶ୍ମୀରଠାରୁ କନ୍ୟା କୁମାରୀ ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସଚେତନ ନାଗରିକ ସେମାନଙ୍କ ଘରେ ବନ୍ଦ ରହି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି। ତେବେ ନିକଟରେ ବିଦେଶରୁ ଶୁଟିଂ ସାରି ଫେରିଥିବା ବାହୁବଳୀ ଫେମ୍‌ ପ୍ରଭାସ ମଧ୍ୟ କରୋନାକୁ ଭୟ କରିଥିବା କୁହାଯାଉଛି। ବିଦେଶରୁ ଫେରିଥିବାରୁ ପ୍ରଭାସ ନିଜକୁ ସେଲ୍ଫ ଆଇସୋଲେଶନରେ ୧୪ ଦିନ ପାଇଁ ରଖିଥିବା ଜଣାପଡିଛି। କେବଳ ସେତିକି ନୁହେଁ ଅନ୍ୟମାନେ ମଧ୍ୟ କରୋନାରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ସେ ଅପିଲ୍‌ କରିଛନ୍ତି।

Share