Advertisement

କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ

ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍‌ ନ ଡରି ୭୦ ବର୍ଷ ବୟସ୍କା ପ୍ରେମିକା ଜୁର୍‌ ଜହିର୍‌ଙ୍କୁ ଲଣ୍ଡନର ଏକ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମାର୍ଚ୍ଚ ୨୭ରେ ସେମାନଙ୍କ ବିବାହ ହୋଇଥାନ୍ତା। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଦିନ ପୂର୍ବରୁ ଦୁହେଁ ବିବାହ କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଅବାସ୍‌ ଓ ଜୁର୍‌ ଉଭୟେ ଉତ୍ତରପ୍ରଦେଶର ବାସିନ୍ଦା। ଲକ୍ଷ୍ନୌ ବାସିନ୍ଦା ଅବାସ୍‌ ବ୍ରିଟିଶ୍‌ ସୈନ୍ୟ ବାହିନୀରେ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବର୍ମାରେ ନିଯୁକ୍ତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share