କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍‌ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ ଦୁଇଧାଡି କବିତା ଲେଖିଛନ୍ତି। ବୁଧବାର ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଥିବା ୪ ଧାଡିର କବିତା ଯେମିତି କରୋନା ସମ୍ପର୍କରେ ବହୁତ କିଛି କଥା କହିବା ଭଳି ମନେ ହେଉଛି। ଉକ୍ତ କବିତା ମାଧ୍ୟମରେ ଦିଲ୍ଲୀପ କୁମାର ଲକ୍‌ଡାଉନ୍‌ ସମୟରେ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ କରୋନା ସଂକ୍ରମଣରୁ ବଞ୍ଚିବାକୁ ଟ୍ରାଜେଡି କିଙ୍ଗଙ୍କର ଏହି ୪ ଲାଇନ୍‌ କବିତା ସବୁକଥା କହୁଛି ବୋଲି କୁହାଯାଉଛି। ଉକ୍ତ କବିତାରେ ସେ ଲେଖିଛନ୍ତି:
Dawa bhi, dua bhi
Auron se faslaa bhi
Ghareeb ki khidmat
Kamzor ki seva bhi
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବାରୁ ଏବେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଏକ ପ୍ରକାର ଚେଷ୍ଟା ଚଳାଇଛନ୍ତି।

Share