ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା ଅନୁଯାୟୀ, ରବିବାର ଶରାଫତ ତାଙ୍କ ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ। ଏହା ପରେ ଟାଉନ ପୋଲିସ ତାଙ୍କୁ ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୨୫୨/୨୦୨୦)ରୁଜୁ ହୋଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।