କରୋନାକୁ ନେଇ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତା: ଆଡଭାଇଜରି ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୪।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭୂତାଣୁକୁ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଆଗକୁ ପରୀକ୍ଷା ସମୟ ଥିବାରୁ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ନଜର ରଖାଯିବ। କୌଣସି ଛାତ୍ରୀଛାତ୍ର ଥଣ୍ଡା ଅଥବା ଜ୍ୱରରେ ଆକ୍ରାନ୍ତ ହେଲେ ଶିକ୍ଷକମାନେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବେ। ସମସ୍ତ ସ୍କୁଲ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପାଳନ କରିବେ ବୋଲି ମଙ୍ଗଳବାର ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, କରୋନା ଭୂତାଣୁ ଅଦ୍ୟାବଧି ୪୨୬ଜଣଙ୍କ ପ୍ରାଣ ନେଇ ସାରିଲାଣି। ଭାରତର କେରଳରେ ୩ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସମସ୍ତ ଛାତ୍ର ଉହାନରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଛି। ସେହିଭଳି ଓଡ଼ିଶାରେ ଜଣେ ଛାତ୍ର କରୋନା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିଲା। ହେଲେ ମଙ୍ଗଳବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।

Share