Advertisement

କରୋନାକୁ ନେଇ ପିଟ୍‌ବୁଲଙ୍କ ନୂଆ ଗୀତ ରିଲିଜ୍‌

ଆମେରିକାନ ଫେମସ୍‌ ରାପର ପିଟ୍‌ବୁଲ ନିଜର ନୂଆ ସଙ୍ଗ୍‌ ରିଲିଜ୍‌ କରିଛନ୍ତି। ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁ ତାଣ୍ଡବ ସୃଷ୍ଟି କରିଛି, ତାକୁ ନେଇ ପିଟ୍‌ବୁଲ ତାଙ୍କର ନୂଆ ଅଡିଓ ସଙ୍ଗ୍‌ ତିଆରି କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସଙ୍ଗ୍‌ରୁ ଯାହା ଆୟ ହେବ ସେସବୁ କୋଭିଡ-୧୯ର ଚିକିତ୍ସା ପାଇଁ ଦାନ କରାଯିବ। ପିଟ୍‌ବୁଲ ନିଜର ଇନ୍‌ଷ୍ଟାରେ ଏହି ଗୀତ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଗୀତ ଦ୍ୱାରା ସାରା ବିଶ୍ୱରେ ଥିବା ବରିଷ୍ଠ ବ୍ୟକ୍ତି, ସ୍ବାସ୍ଥ୍ୟ କର୍ମୀ ଏବଂ ଛାତ୍ରଙ୍କୁ ଏହି ଭିଡିଓରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଏହି ଭିଡିଓ ପୋଷ୍ଟ କରି ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ସଙ୍ଗ୍‌ର ସମସ୍ତ ଆୟ ବିଶ୍ୱର ସମସ୍ତ ଚାରିଟିକୁ ଦିଆଯିବ। ପିଟ୍‌ବୁଲ ନିଜ ଇନଷ୍ଟାରେ ଶେୟାର କରିଛନ୍ତି ଯେ, ସମସ୍ତେ ଘରେ ସୁରକ୍ଷିତ ରୁହନ୍ତୁ। ଅତି ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତ୍ୱର ପାଳନ କରନ୍ତୁ। ଏହି ସମୟରେ ଆମେ ନ ଡରି ସତର୍କ ରହି କରୋନାକୁ ହରେଇ ପାରିବା। ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ବିଶ୍ୱର ୨୧୦ ଦେଶ ଏବେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share