କରୋନାକୁ ନେଇ ବିଭ୍ରାନ୍ତିକର ତଥ୍ୟ, ୫ ଜଣଙ୍କ ନାଁରେ ମାମଲା

ପୁରୀ ଅଫିସ,୫।୪: କରୋନାକୁ ନେଇ କୌଣସି ପ୍ରକାର ଗୁଜବ କିମ୍ବା ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ କୁହାଯାଇଛି। ହେଲେ ଅନେକ ଏହାକୁ ନ ମାନୁ ନାହାନ୍ତି। କରୋନାକୁ ନେଇ ନାନା ପ୍ରକାର ଗୁଜବ କରିବା ସହ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ପୋଷ୍ଟ କରୁଛନ୍ତି। ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଛି ପୁରୀ ପୋଲିସ। ଏନେଇ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଏସପି ଉମାଶଙ୍କର ଦାଶ କହିଛନ୍ତି। ପୁରୀ ଟାଉନ ଥାନାରେ ଦୁର୍ଗା ପ୍ରସାଦ ସାହୁ, ବିଜୟ ସ୍ବାଇଁ, ରାକେଶ ମହାନ୍ତି, କୁମ୍ଭାରପଡା ଥାନାରେ ମହେଶ ଆଚାର୍ଯ୍ୟ ଏବଂ ବ୍ରହ୍ମଗିରି ଥାନାରେ ଅଜିତ ପାଇକରାୟଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

Share