କରୋନାକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା: ବାଗ୍‌ଚୀ ଦେଲେ ୧୨ଟି ତଥ୍ୟ, ଧ୍ୟାନ ନ ଦେବାକୁ ପରାମର୍ଶ

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବିଶେଷକରି ୧୨ଟି କୋଭିଡ ସମ୍ପନ୍ଧୀୟ ଭ୍ରାନ୍ତ ଧାରଣା ରହିଥିବା ବୁଧବାର  ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେଗୁଡ଼ିକ ହେଲା:
୧ମ- ନାକରେ ଲୁଣ ପାଣି ପୁରାଇଲେ କରୋନା ହେବ ନାହିଁ।
ସମାଧାନ: ମାସ୍କ ପିନ୍ଧନ୍ତୁ।
୨ୟ- କରୋନା ଜୀବାଣୁ ଗରମ ଦିନେ ମରିଯିବେ। ୭୭ଡିଗ୍ରୀ ଫାରେନାଇଟ୍‌ରେ ଏହା ତିଷ୍ଠି ପାରିବ ନାହିଁ।
୩ୟ- କରୋନା ଥରେ ଧରିଲେ ସାରା ଜୀବନ ରହିବ।
ସତ୍ୟତା: କରୋନା ଥରେ ହେଲେ ସାରା ଜୀବନ ହେବାର ସମ୍ଭାବନା ନାହିଁ
୪ର୍ଥ- ପ୍ରଶ୍ୱାସକୁ ୧୦ ସେକେଣ୍ଡକୁ ଧରି ରଖିପାରିଲେ, କରୋନା ହୋଇନାହିଁ ବୋଲି ସ୍ପଷ୍ଟ ହେବ।
୫ମ-ମଦ ପିଇଲେ କରୋନା ହେବ ନାହିଁ।
୬ଷ୍ଠ-ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ।
୭ମ- ମଶା କାମୁଡିଲେ କରୋନା ହୋଇପାରେ।
୮ମ-ରସୁଣ ଖାଇଲେ କରୋନା ହେବ ନାହିଁ।
୯ମ- ଛୁଆ/ଯୁବକଙ୍କୁ କରୋନା ହେବ ନାହିଁ।
୧୦ମ-ଆଣ୍ଟିବାୟୋଟିକ୍‌ ଔଷଧ ଖାଇଲେ କରୋନା ହେବ ନାହିଁ।
୧୧ମ-କ୍ଲୋରିନ୍‌ ପାଣିରେ କୁଳକୁଚା କଲେ କରୋନା ହେବ ନାହିଁ।
ସାବଧାନତା: କଦାପି ଏପରି କରିବା ଉଚିତ ନୁହେଁ।
୧୨- ପୋଷା କୁକୁର/ବିଲେଇଠାରୁ କରୋନା ହୋଇପାରେ।

ଏସବୁ ପ୍ରତି ଧ୍ୟାନ ନଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଗ୍ରହଣ କରନ୍ତୁ। ମୁହଁରେ ମାସ୍କ ପିନ୍ଧନ୍ତୁ। ଦିନକୁ ଅନେକ ଥର ଭଲ ଭାବେ ହାତ ଧୁଅନ୍ତୁ। ଏହାଦ୍ୱାରା ସଂକ୍ରମଣ ହେବାର କମ୍‌ ଆଶଙ୍କା ରହିବ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।

Share