Advertisement

କରୋନାକୁ ପରାସ୍ତ କରିବ ଭାରତ; ପୋଲିଓ ଅଭିଯାନରୁ ମିଳିଥିବା ଅଭିଜ୍ଞତା ହେବ ଉପଯୋଗୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୬।୪: ଭାରତରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ କରୋନା ପରାସ୍ତ ହେବାର ଆଶା ରହିଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ବିଗତ ଦିନରେ ଭାରତରେ ପୋଲିଓ ଅଭିଯାନ ଜାରି ରହିଥିଲା। ଏହା ବେଶ୍‌ ସଫଳ ରହିଥିଲା। ଫଳରେ ଦେଶ ପୋଲିଓ ମୁକ୍ତ ହୋଇଥିଲା। ଭାରତରେ ପୋଲିଓ ବିରୋଧରେ ହୋଇଥିବା ଅଭିଯାନରୁ ମିଳିଥିବା ଅଭିଜ୍ଞତା କରୋନା ଲଢ଼େଇରେ ବେଶ୍‌ ଉପଯୋଗୀ ସାବସ୍ତ୍ୟ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଦେଶରେ ଜାରି ରହିଥିବା କରୋନା ଲଢ଼େଇରେ ଡବ୍ଲ୍ୟୁଏଚ୍‌ଓ ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପୋଲିଓ ଅଭିଯାନ ସମୟରେ ଭାରତ ସରକାର ଡବ୍ଲ୍ୟୁଏଚ୍‌ଓ ସହିତ ମିଶି ଘରଘର ବୁଲି କାର୍ଯ୍ୟ କରିଥିଲେ। ସେହି ଧାରାରେ ଏବେ ଭାରତ ସରକାର କରୋନା ଲଢ଼େଇ ଜାରି ରଖିଛନ୍ତି। ରାଜସ୍ଥାନ ଭୀଲଓ୍ବାଡ଼ାରେ ଏଭଳି ଘରଘର ବୁଲି ସ୍କ୍ରିନିଂ କାର୍ଯ୍ୟ ସଫଳ ରହିଛି। ଏହାକୁ ଦେଶବ୍ୟାପୀ ଲାଗୁ କରିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share