କରୋନାକୁ ଭୟ ନାହିଁ: ୫ମିନିଟ୍‌ରେ ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ମିନିଟ୍‌ରେ ସମ୍ଭବ ହୋଇପାରିବ । ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ର‌୍ୟାପିଡ୍ କିଟ୍ ଦ୍ୱାରା ସମ୍ପନ୍ନ ହୋଇପାରିବ । ତେବେ ଏହି କିଟ୍ ଭାରତକୁ ଏପ୍ରିଲ୍ ୧୮ ସୁଦ୍ଧା ଆସିବ ବୋଲି କୁହାଯାଉଛି । ଏହା ପଜିଟିଭ୍ ରିପୋର୍ଟ ମାତ୍ର ୫ ମିନିଟ୍‌ରେ ଦେବାକୁ ସକ୍ଷମ ହୋଇଥିବାବେଳେ ନେଗେଟିଭ୍ ରିପୋର୍ଟ ଦେବାକୁ ୧୩ ମିନିଟ୍ ସମୟ ନେଇଥାଏ । ଚଳିତ ମାସରେ ଏବୋଟ୍ କମ୍ପାନୀ ଏହି କିଟ୍‌ରୁ ୫୦ ଲକ୍ଷ ଭାରତକୁ ଯୋଗାଇବାର ଯୋଜନା କରିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଥିବା କୁହାଯାଉଛି ।

Share