କରୋନାରୁ ରକ୍ଷା କରିବ ମାଗଣାରେ ମିଳୁଥିବା ଏହି ଔଷଧ: ସୁସ୍ମିତା

ବମ୍ବେ: ସାରା ବିଶ୍ୱ ଏବେ ଘାତକ କରୋନା ଭୂତାଣୁ କବଳରେ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଛଅଶହ ଟପିଲାଣି। ପ୍ରତିଶେଧକ ବ୍ୟବସ୍ଥା ନ ଥିବାରୁ ଆଗାମୀ ଦିନରେ ଏହା ଆହୁରୀ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ କରୋନା ସଂକ୍ରମଣ ନ ହେବାର ଔଷଧ ମିଳିଯାଇଛି। ଏହାକୁ ଶେୟାର କରି ଲମ୍ବା ପୋଷ୍ଟ ଲେଖିଛନ୍ତି ସେ।

ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଘରେ ରହୁଛନ୍ତି ସୁସ୍ମିତା। ଏପରିସ୍ଥିତିରେ ନିଜ ଇନ୍‌ଷ୍ଟାଗ୍ରାମରେ କରୋନା ଔଷଧ ଲେଖାଯାଇଥିବା ଏକ ବୋତଲକୁ ଶେୟାର କରି ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ‘ଷ୍ଟେ ହୋମ୍‌’ ଲେଖାଯାଇଛି। ଏପରିକି ଏହା କରୋନା ଲାଗି ଶହେ ପ୍ରତିଶତ କାମ କରୁଥିବା ଏବଂ ମାଗଣାରେ ଉପଲବ୍ଧ ହେଉଥିବା ଔଷଧ ବୋଲି କୁହାଯାଇଛି।

ମୋଟାମୋଟି ଭାବେ କହିବାକୁ ଗଲେ ଏହାକୁ ଶେୟାର କରି ସୁସ୍ମିତା ନିଜ ପ୍ରଶଂସକଙ୍କୁ ଘରେ ରହିବାକୁ କହିଛନ୍ତି। ଡାକ୍ତରଙ୍କୁ ନପଚାରି କୌଣସି ଔଷଧ ସେବନ କରିବାକୁ ସେ ବାରଣ ମଧ୍ୟ କରିଛନ୍ତି।

Share