କରୋନାକୁ ରୋକିବାରେ ଆଦର୍ଶ ଭୂମିକା ନେବ ଓଡ଼ିଶା; ଲଢ଼ିବା ପାଇଁ ପ୍ରସ୍ତୁତ ରୁହ: ରାଜ୍ୟପାଳ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ଭୟଭୀତ ନ ହୋଇ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟପାଳ ପ୍ରଫେସର ଗେଣେଶୀ ଲାଲ ବୁଧବାର ପରାମର୍ଶ ଦେଇଛନ୍ତି। ସୁରକ୍ଷୀତ ରହିବା ସହ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଅତିତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଜିତିଛି। କରୋନାକୁ ରୋକିବା କ୍ଷେତ୍ରରେ ବି ଓଡ଼ିଶା ଆଦର୍ଶ ଭୂମିକା ନେବ।

Share