କରୋନାକୁ ରୋକିବାରେ ସମ୍ପୂର୍ଣ୍ଣ ସମର୍ଥ ନୁହେଁ ବିସିଜି ପ୍ରତିଷେଧକ ଟୀକା: ପ୍ରଭାବ ରୁହେ ମାତ୍ର ୧୫ ବର୍ଷ !

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କରୋନା ସଂକ୍ରମଣକୁ ରୋକିବା ନେଇ ନାନା ଉଦ୍ୟମ ଅବ୍ୟାହତ ରହିଛି। କିଛିଦିନ ତଳେ ରିପୋର୍ଟ ମିଳିଥିଲା ଯେ, ଜନ୍ମ ସମୟରେ ବିସିଜି ପ୍ରତିଷେଧକ ଟୀକା ନେଇଥିବା ଲୋକଙ୍କୁ କରୋନାର ସଂକ୍ରମଣ ହୋଇ ନ ଥାଏ। ମାତ୍ର ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌)ର ବରିଷ୍ଠ ବୈଜ୍ଞାନିକ ଡ. ରମଣ ଗଙ୍ଗାଖେଡ଼କର କହିଛନ୍ତି ଯେ, ବିସିଜି ଟୀକା କରୋନା ମୁକାବିଲାରେ କେତେ ଦୂର ସହାୟକ ହେବ ତାହା ସଠିକ ଭାବେ କହିହେବ ନାହିଁ। ଏହା କରୋନାକୁ ରୋକିବାରେ ସମ୍ପୂର୍ଣ୍ଣ ସମର୍ଥ ନୁହେଁ। ଜନ୍ମ ସମୟରେ ଦିଆଯାଉଥିବା ବିସିଜି ଟୀକାର ପ୍ରଭାବ ଶରୀରରେ ମାତ୍ର ୧୫ ବର୍ଷ ପାଇଁ ରହିଥାଏ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିଶ୍ଚିତ। କିନ୍ତୁ ଏହା କରୋନାକୁ କିଭଳି ପ୍ରତିରୋଧ କରିବା ତାହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Share