କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଏକ ମୋଗାପ୍ଲାନ ଉପରେ ଆଲୋଚନା ହୋଇଛି। ଏଥିସହ ଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ଶ୍ରମିକଙ୍କ ପଳାୟନ ସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସ୍ମୃତି ଇରାନୀ, ରାମ ବିଳାସ ପାଶଓ୍ବାନ, ହରଦୀପ ପୁରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ରାଜନାଥଙ୍କ ଘରେ କରୋନାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଏହା ଦ୍ୱିତୀୟ ବୈଠକ।

Share