Advertisement

କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ରେ ଚିକିତ୍ସିତ ହେଉଥିଲେ। ଲଗାତାର ତାଙ୍କର ତୃତୀୟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ତାଙ୍କୁ ଏବେ ନିଜ ଘରେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କନିକାଙ୍କ କେତେକ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ତାଙ୍କ ପରିବାର ସଦସ୍ୟ ଚିନ୍ତାରେ ପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share