କରୋନାକୁ ହରାଇ ଘରକୁ ଫେରିଲେ ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୧୮।୪: ବଲିଉଡ୍‌ ପ୍ରଯୋଜକ କରିମ ମୋରାନି ଓ ତାଙ୍କ ୨ଝିଅ ଶଜା ଓ ଜୋଆ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ କରୋନା କବଳରୁ ଶଜା ଓ ଜୋଆ ବାହାରି ଘରକୁ ଫେରିଥିବା ବେଳେ ଏବେ କରିମ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର ୨ଟି ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମୁମ୍ବାଇ ନାନାବତି ହସ୍ପିଟାଲର ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଛନ୍ତି। ଘରକୁ ଆସିବା ପରେ କରିମ ନିଜ ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହି ସୂଚନା ମେସେଜ ଜରିଆରେ ଦେଇଛନ୍ତି। ଘରକୁ ଆସିବା ପରେ ସେ ଶାନ୍ତି ଓ ସୁରକ୍ଷିତ ଅନୁଭବ କରୁଛନ୍ତ ବୋଲି କହିଛନ୍ତି। ଏଥିସହ କରୋନା ବିରୋଧରେ ସରକାରଙ୍କଠାରୁ ଆରମ୍ଭ କରି ଡାକ୍ତରୀ ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଅତ୍ୟନ୍ତ ଉତ୍ତମ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେମାନେ ସର୍ବଦା ପ୍ରଶଂସନୀୟ ହୋଇ ରହିବେ ବୋଲି କରିମ କହିଛନ୍ତି। ବର୍ତ୍ତମାନ କରିମ ୧୪ ଦିନ ଯାଏ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ।

Share