କରୋନାଭାଇରସର ସତ୍ୟତା ବଖାଣୁଥିବା ବ୍ୟକ୍ତିଙ୍କୁ ଅପହରଣ କରୁଛି ଚାଇନା!

ବେଜିଂ,୧୦।୨: ଚାଇନା କାହିଁକି ଏବେ ସାରା ବିଶ୍ୱରେ କରୋନାଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନା ସରକାର କରୋନାର ମୁକାବିଲା କରିବାରେ ଫେଲ୍‌ ମାରିଥିବା କୁହାଯାଉଛି। ଏବେ ସେଠାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପି ଗଲାଣି। ଯଦିଓ ଏହା ସରକାରୀ ଭାବେ ଘୋଷଣା କରାଯାଇଛି ବେସରକାରୀ ଭାବେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କିନ୍ତୁ ଚାଇନା ଏହା ପ୍ରକାଶ କରୁ ନାହିଁ ବୋଲି କେହି କେହି ମତ ଦେଉଛନ୍ତି। ଆହୁରି ମଧ୍ୟ ଆଲୋଚନା ହେଲାଣି କି କରୋନାଭାଇରସର ସତ୍ୟତାକୁ ଚାଇନା ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହାସହ ଏହାର ସତ୍ୟତା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ଚାଇନା ଅପହରଣ କରୁଛି ବୋଲି କୁହାଯାଉଛି। ଗତ ସପ୍ତାହରେ ପ୍ରଥମ କରି କାରୋନାଭାଇରସ ସମ୍ପର୍କରେ ତଥ୍ୟ ଦେଉଥିବା ଡାକ୍ତର ଲି ଓ୍ବେନଲିୟାଙ୍ଗ ମୃତ୍ୟୁ ହୋଇଥିଲା। ଏହି କରୋନାଭାଇରସ ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଜଣେ ଚାଇନା ସାମ୍ବାଦିକ ଚେନ କ୍ୟୁସିଙ୍କ ନିଖୋଜ ଖବର ଏବେ ଚାଇନାର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି। କ୍ୟୁସି ଚାଇନାର ଉହାନ ସହରରେ ରହି କରୋନାଭାଇରସ ଉପରେ ତଥ୍ୟ ପ୍ରଦାନ କରୁଥିଲେ। ଏବେ ଏହାକୁ ନେଇ ଚାଇନା ଲୋକେ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି। ସେମାନେ ଅଭିଯୋଗ କରିଛନ୍ତି କି ଡାକ୍ତର ଲି ଓ୍ବେନଲିୟାଙ୍ଗଙ୍କୁ ଡରାଇ ଧମକାଇ ମାରି ଦିଆଯାଇଥିବା ବେଳେ ସାମ୍ବାଦିକଙ୍କୁ ଅପହରଣ କରିବା ଆହୁରି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share