Categories: ଖେଳ

କରୋନାଭାଇରସ୍‌ ଆତଙ୍କ: ଚାଇନିଜ୍‌ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ୍‌,୧୩।୨(ଏଏଫ୍‌ପି)- କରୋନାଭାଇରସ୍‌ର ଆତଙ୍କ ଏବେ କ୍ରୀଡ଼ାକୁ ମଧ୍ୟ ପ୍ରଭାବିତ କରିଛି। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରିକୁ ଏଥିପାଇଁ ଘୁଞ୍ଚାଇ ଦିଆଯାଇଛି। କରୋନାଭାଇରସ କ୍ରମାଗତ ଭାବେ ବ୍ୟାପିବାରେ ଲାଗିଥିବାରୁ ଏହି ଫର୍ମୁଲା-୧ ରେସକୁ ଘୁଞ୍ଚାଇ ଦିଆଯାଇଛି ବୋଲି ମୋଟୋସ୍ପୋଟ୍ସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଫ୍‌ଆଇଏ ଘୋଷଣା କରିଛି। ଏହି ରେସ୍‌କୁ ଘୁଞ୍ଚାଇବା ପାଇଁ ସାଙ୍ଘାଇ ରେସ୍‌ର ପ୍ରମୋଟରମାନେ ଅନୁରୋଧ କରିଥବା ଏଫ୍‌ଆଇଏ କହିଛି। ନୂଆ ସେସନରେ ସାଙ୍ଘାଇ ରେସ୍‌ ଚତୁର୍ଥ ଇଭେଣ୍ଟର ମାନ୍ୟତା ପାଇଛି। ଏହା ବିଶ୍ୱର ଅନ୍ୟତମ ହାଇପ୍ରୋଫାଇଲ ସ୍ପୋଟର୍‌ସ ଇଭେଣ୍ଟ ବିବେଚିତ ହେଉଛି। ଏହି ଭାଇରସ୍‌ କାରଣରୁ ଚାଇନାରେ ୧,୧୦୦ ଲୋକ ପ୍ରାଣ ହରାଇଲେଣି। ଉଲ୍ଲେଖଥାଉ କି, ସାଙ୍ଘାଇ ରେସ୍‌ ସହିତ ଏଫ୍‌ଆଇଏ ଚଳିତ ସେସନରେ ୨୨ଟି ଗ୍ରାଁ ପ୍ରି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

Share