Categories: ଜାତୀୟ

କରୋନାଭାଇରସ୍‌ କ୍ଷେତ୍ରରେ ଭାରତର ବଡ଼ ସଫଳତା: ସୁସ୍ଥ ହେଲେ କେରଳର ୩ ସଂକ୍ରମିତ

ଥିରୁଭାନନ୍ଥପୁରମ,୧୭।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୭୭୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୦,୪୦୦ରେ ପହଞ୍ଚିଛି। ଦିନକୁ ଦିନ ଚାଇନା ସମେତ ସାରା ବିଶ୍ୱରେ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନାଭାଇରସ୍‌ କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ଏଥିରେ ସଂକ୍ରମିତ ହୋଇଥିବା ୩ରୋଗୀ ଏବେ ସୁସ୍ଥ ହୋଇଥିବା ଜଣାପଡ଼ିଛି। କେରଳରେ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ତୃତୀୟ ରୋଗୀଙ୍କ ସ୍ଥିତିରେ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ରୋଗରେ ସଂକ୍ରମିତ ହୋଇଥିବା ଅନ୍ୟ୨ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା କସାରଗୋଡର କଞ୍ଝନଗଢ ସରକାରୀ ହସ୍ପିଟାଲରେ ଏବଂ ଅନ୍ୟଜଣଙ୍କର ଅଲପୁଝା ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିଲା। ତେବେ ୨ଜଣଙ୍କର ସଂକ୍ରମଣ ଭଲ ଏବଂ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସୂଚନା ମୁତବାକ ଚାଇନାରେ କରୋନାଭାଇରସ୍‌କୁ ନେଇ ଦେଖାଦେଇଥିବା ଗମ୍ଭୀର ସ୍ଥିତି ପାଇଁ ଭାରତ ସାହାଯ୍ୟର ହାତ ବଢ଼ାଇଛି। ଚାଇନାକୁ କିଛି ଚିକିତ୍ସା ସାମଗ୍ରୀ ଭାରତ ପଠାଇବ ବୋଲି ସୂଚନା ମିଳିଛି। ଚାଇନାରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ ଏନେଇ ରବିବାର ଟୁଇଟ କରିଛନ୍ତି।

Share