କରୋନାଭାଇରସ: ଜାପାନ ଜାହାଜରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ମୋଦିଙ୍କୁ କଲେ ଅନୁରୋଧ

ଟୋକିଓ,୧୧।୨: କରୋନାଭାଇରସ ଏବେ ସାରା ଦେଶକୁ ଏକ ପ୍ରକାର ଭୟଭୀତ କରି ରଖିଥିବା ବେଳେ ଜାପାନ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଫସି ରହିଥିବା କେତେଜଣ ଭାରତୀୟ କ୍ରିୟୁ ମେମ୍ବର ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜାପାନ ଜାହାଜରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ମୋଦିଙ୍କୁ ଅନୁରୋଧ କରୁଥିବା ଦେଖାଯାଇଛି। ଜାପାନ ବନ୍ଦରରେ ଲାଗିଥିବା ଜାହାଜ ଡାଇମଣ୍ଡ ପ୍ରିନସେସ୍‌ରେ ପାଖାପାଖି ୩,୭୧୧ ଜଣ ଯାତ୍ରୀ ଓ କ୍ରିୟୁ ମେମ୍ବର ଥିବା ବେଳେ କରୋନାଭାଇରସ ଭୟରେ ସେମାନଙ୍କୁ ବନ୍ଦରରେ ଓହ୍ଲାଇ ଦିଆଯାଉନାହିଁ। ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ ବାହାରକୁ ଆସିବାକୁ ମନୁମତି ମିଳିବ ବୋଲି ଜଣାପଡିଛି। ଏପରିସ୍ଥଳେ ଉକ୍ତ ଜାହାଜରେ ଫସି ରହିଥିବା ଭାରତୀୟମାନେ ମୁକୁଳିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି। ସୂଚନା ମୁତାବକ ଏହି ଜାହାଜରେ ଥିବା ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୩୫ ଜଣ କରୋନାଭାଇରସରେ ପୀଡିତ ଥିବା ଜଣାପଡିଛି।

Share