Categories: ଜାତୀୟ

କରୋନାଭାଇରସ ମୁକାବିଲା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୫।୧: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ପ୍ରଥମେ ମୁମ୍ବାଇରେ ୨ ଜଣଙ୍କ ଦେହରେ ଏହି ଭୂତାଣୁ ଥିବା ସନ୍ଦେହ କରି ଏମାନଙ୍କୁ ଚିକିତ୍ସା କରାଯାଉଛି। ଏହାର ଭୟାବହତାକୁ ଦେଖି ଶନିବାର ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଆଇସିଏମ୍‌ଆର୍‌, ଏନ୍‌ସିଡିସି ଯୋଗ ଦେଇଥିଲେ। ବର୍ତ୍ତମାନ ଭାରତରେ କରୋନା ଭାଇରସର ସ୍ଥିତି କ’ଣ ଏହାର ନିବାରଣ ଉପରେ ଆଲୋଚନା କରାଯାଇଥିଲା। ଏହାସହ ଏକ କେନ୍ଦ୍ରୀୟ ଟିମ୍‌ ୭ରାଜ୍ୟ ଗସ୍ତ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନାଭାଇରସ ଏବେ ଚାଇନା ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ଏହି ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଚାଇନାରେ ସର୍ବାଧିକ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ।

Share