କରୋନାଭାଇରସ: ମୃତ୍ୟୁ ସଂଖ୍ୟା ୧,୫୨୩ ସଂକ୍ରମିତ ୬୬ ହଜାର

ବେଜିଂ,୧୫।୨: ଚାଇନାରେ କରୋନାଭାଇରସର ଭୟାବହତା ଥମିବାର ନାଁ ନେଉନି। ଦିନକରେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଏବେ ସୁଦ୍ଧା ସେଠାରେ ୧,୫୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨। ଶୁକ୍ରବାର ୨,୬୪୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧,୩୭୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି। ତେବେ କେବଳ ହୁବଇ ଅଞ୍ଚଳରେ ଶୁକ୍ରବାର ୧୩୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତବର୍ଷ ଡିସେମ୍ବର ଶେଷ ସପ୍ତାହ ବେଳକୁ ପ୍ରଥମେ ଚାଇନାରେ ଏହି କରୋନାଭାଇରସ ଦେଖାଦେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ବ୍ୟାପିସାରିଲାଣି।

Share