କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ ୧୨ହଜାରରୁ ଊର୍ଦ୍ଧ୍ୱ ଚାଇନା ନାଗରିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିସ୍ଥିତିରେ ଏବେ ଚାଇନା ସମ୍ମୁଖରେ ମାସ୍କ ସବୁଠାରୁ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଗୋଟିଏ ପଟେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଦେଶରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଉପଲବ୍ଧ ନାହିଁ। ଫଳରେ ଏଥିପାଇଁ ଚାଇନା ଭାରତର ସାହାଯ୍ୟ ଲୋଡିଛି। ଚାଇନା ଭାରତର କମ୍ପାନୀକୁ ଏନ୍‌-୯୫ ମାସ୍କ ସପ୍ଲାଇ ବୃଦ୍ଧି କରିବାକୁ ଅନୁରୋଧ କରିଛି। ଏନ୍‌-୯୫ ମାସ୍କ ଜରିଆରେ ଚାଇନାର ଅନ୍ୟ ନାଗରିକଙ୍କୁ କରୋନା କବଳରୁ ବଞ୍ଚାଇବାକୁ ଉଦ୍ୟମ ଚଳାଇଛି ଦେଶ।

Share